ସିଂହ ଏକ ପଶୁ ।
ସିଂହ Panthera ପ୍ରଜାତିର ଏକ ଅନ୍ୟତମ ଜୀବ ଓ Felidae ପରିବାରର ଏକ ସଦସ୍ୟ ।ବାଘ ପରେ ବଞ୍ଚି ରହିଥିବା ଏହା ୨ୟ ବୃହତ ବିଲେଇ ଜାତି । ଆଫ୍ରିକାର ଉପ-ଶାହାରା ଅଞ୍ଚଳ ଓ ଦକ୍ଷିଣ ଏସିଆ ଯାହାକି ଭାରତର ଗିର ଜାତୀୟ ଉଦ୍ଦ୍ୟାନରେ ସର୍ବାଧିକ ପରିମାଣରେ ଦେଖିବାକୁ ମିଳନ୍ତି । କୁହାଯାଏ କି ୧୦,୦୦୦ ବର୍ଷ ପୂର୍ବେ ସିଂହ ମନୁଷ୍ୟ ପରି ବିସ୍ତାରିତ ଭାବେ ରହୁଥିଲେ । ସିଂହ ୧୦-୧୪ ବର୍ଷ ବଞ୍ଚନ୍ତି ଜଙ୍ଗଲରେ ହଁ କେତେକ ୨୦ ବର୍ଷ ମଧ୍ୟ ବଞ୍ଚନ୍ତି । ସିଂହ ଅନ୍ୟ ବିଲେଇ ବଂଶ ଠାରୁ ସାମାଜିକ ଜୀବନ ନିର୍ବାହ କରନ୍ତି ।
କେଶରୀ ଗଠନ,ଶରୀରର ଆକାର,ବାସସ୍ଥାନକୁ ନେଇ ୧୨ ପ୍ରକାର ଉପପ୍ରଜାତି ଗଠନ କରାଯାଇଅଛି । କାହିଁକି ନା ସ୍ଥାନ ଅନୁଯାଇ ଲକ୍ଷଣ ମାନକଂରେ ଭେଦଭାବ ଦେଖିବାକୁ ମିଳେ । କିନ୍ତୁ ବର୍ତ୍ତମାନରେ ୮ଟି ଉପପ୍ରଜାତିକୁ ଗ୍ରହଣ କରାଯାଉଛି ଯେପରିକି :-
ଯାହାକୁ ଏସିଆର ସିଂହ କୁହାଯାଏ ବା ପାରସ୍ୟ ବା ଦକ୍ଷିଣ-ଏସିଆ ବା ଭାରତୀୟ ସିଂହ କୁହାଯାଏ । ଯାହାକି ଅତୀତ ସମୟରେ ତୁର୍କୀରୁ ଦକ୍ଷିଣ ଏସିଆ,ଭାରତ ଓ ପାକିସ୍ତାନରେ ବିସ୍ତୃତ ଥିଲେ, ଆଜି ମାତ୍ର ୪୦୦ଟି ଗିର ଜାତୀୟ ଉଦ୍ୟାନରେ ଅଛନ୍ତି ।
ବର୍ବରୀ ସିଂହ ନାମରେ ଜଣାଶୁଣା,ଏମାନଙ୍କ ବାସସ୍ଥଳୀ ମୋରୋକ୍କୋରୁ ଇଜିପ୍ଟ ପର୍ଯ୍ୟନ୍ତ । ଅତ୍ୟଧିକ ଶିକାର ପାଇଁ ଏମାନଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି ଯାହାକି Moroccan Royal collectionଦ୍ୱାରା ରବତ ଚିଡିଆଖାନାରେ ସଂରକ୍ଷଣ କରାଯାଇଛି । ଏହି ସିଂହ ପାଖପାଖି ଏସିଆର ସିଂହ ପରି ୩-୩.୫ ମିଟର ଲମ୍ବ ଓ ୨୦୦କିଗ୍ରାରୁ ଉର୍ଦ୍ଧ ଓଜନର ପୁରୁଷ ।
ପଶ୍ଚିମ ଆଫ୍ରିକା ସିଂହ ଭାବେ ଜଣା ଶୁଣା ଏମାନେ ପଶ୍ଚିମ ଆଫ୍ରିକାରେ ଦେଖାଯା’ନ୍ତି । ଏମାନଙ୍କ ବାସସ୍ଥଳୀ ସେନେଗଲରୁ ମଧ୍ୟ ଆଫ୍ରିକା ଗଣତନ୍ତ୍ର ପର୍ଯ୍ୟନ୍ତ ବିସ୍ତ୍ରୁତ ।
ଏମାନେ ଉତ୍ତର-ପୂର୍ବ କୋଙ୍ଗୋରେ ଦେଖାଯା’ନ୍ତି ।
ମାସାଇ ସିଂହ ବା ପୂର୍ବ ଆଫ୍ରିକୀୟ ସିଂହ ଭାବେ ଜଣାଶୁଣା,ଏମାନେ ପୂର୍ବ ଆଫ୍ରିକାରେ ଦେଖାଯା’ନ୍ତି । ଇଥୋପିଆ ଓ କେନିଆରୁ ତାଞ୍ଜାନିଆ ଓ ମୋଜାମ୍ବିକ ପର୍ଯ୍ୟନ୍ତ ଏମାନଙ୍କ ବାସସ୍ଥଳୀ ।
ଦକ୍ଷିଣ-ପଶ୍ଚିମ ସିଂହ ବା କତାଙ୍ଗ ସିଂହ ନାମେ ପରିଚିତ,ଏମେନେ ଦକ୍ଷିଣ-ପଶ୍ଚିମ ଆଫ୍ରିକାରେ ଦେଖାଯା’ ନ୍ତି । ନାମିବିଆ,ବୋତସ୍ୱାନା,ଆଙ୍ଗୋଲା,କତାଙ୍ଗ,ଜାମ୍ବିୟା ଓ ଜିମ୍ବାୱେରେ ବସବାସ କରନ୍ତି ।
ଦକ୍ଷିଣ-ପୂର୍ବ ଆଫ୍ରିକା ସିଂହ ବା ଟ୍ରାଂଶ୍ୱାଲ ସିଂହ ବୋଲି କୁହାଯାଏ,ଏମାନେ ଟ୍ରାଂଶ୍ୱାଲ ଅଞ୍ଚଳ (ଦକ୍ଷିଣ –ପୂର୍ବ ଆଫ୍ରିକା)ରେ ଦେଖାଯା’ନ୍ତି । କୃଗାର ଜାତୀୟ ଉଦ୍ୟାନ ସମେତ ।
କେପ ସିଂହ ବୋଲି କୁହାଯାଏ,୧୮୬୦ ପରେ ଏମାନେ ଜୀବିତ ନାହାନ୍ତି ଏମାନଙ୍କ DNAର ତଥ୍ୟ କହେ କି ଏମାନେ Krugeriର ଦକ୍ଷୀଣରେ ବସବାସ କରୁଥିଲେ ।
ସିଂହମାନଙ୍କ ଭିତରେ ଲିଙ୍ଗଭେଦ ଯଥେଷ୍ଟ ପରିଲକ୍ଷିତ ହୁଏ ଯେପରିକି ପୁରୁଷ ସିଂହର ମୁଣ୍ଡରୁ କାନ୍ଧ ଚାରିପାଖେ ଗହଳିଆ ଓ ଲମ୍ବା କେଶ ଥାଏ ପରନ୍ତୁ ସ୍ତ୍ରୀ ସିଂହ ପାଖେ ସେପରି କୌଣସି କେଶ ଦେଖା ଯାଏ ନାହିଁ ।
ସିଂହମାନଙ୍କ ଶରୀରର ଈଷତ ଗେରୁଆ,ଈଷତ ହଳଦୀ,ମାଟିଆ ଓ କିଞ୍ଚିତ ଲାଲ ରଙ୍ଗର ହୋଇଥାଏ । ଶରୀରର ନିମ୍ନ ଭାଗ ଅପେକ୍ଷାକୃତ କମ ରଙ୍ଗ ଥାଏ ଓ ଲାଞ୍ଜର ଶେଷଭାଗ କଳା ହୋଇଥାଏ । ସିଂହର ଶାବକମାନଙ୍କ ଦେହରେ କଳା କଳା ଚିହ୍ନ ଥାଏ ଯାହାକି ବୟସ ବଢିବା ସହ ଆସ୍ତେ ଆସ୍ତେ କ୍ଷୀଣ ହେବାରେ ଲାଗେ । ଜନ୍ମ ସମୟରେ ଶାବକମାନେ ଏକା ପରି ଦେଖା ଯା’ନ୍ତି ଅର୍ଥାତ କୌଣସି କେଶରୀ ନଥାଏ ତ ସେମାନଙ୍କ ମଧ୍ୟରେ କିଏ ପୁରୁଷ ଓ କିଏ ସ୍ତ୍ରୀ ସ୍ପଷ୍ଟ କରିବା ବ୍ୟାଘାତ ହୁଏ,ଜନ୍ମର ପ୍ରାୟ ୫-୬ ମାସ ପରେ ପୁରୁଷ ଶାବକର କେଶରୀ ବାହାରିବା ଆରମ୍ଭ ହୁଏ ଓ ୭ ମାସ ମଧ୍ୟରେ ଏହା ସ୍ପଷ୍ଟ ଜଣାପଡେ । ସିଂହମାନଙ୍କ ଓଜନ ଓ ଲମ୍ବର ବିବିଧତା ବାସସ୍ଥାନ ଅନୁଯାଇ ହୋଇଥାଏ ଯେପରିକି କାଲାହାରି,ରୋଢେସିଆ,କ୍ରୁଗେର ପାର୍କ ପୁରୁଷ ସିଂହର ୧୮୯.୬ କିଗ୍ରା ଓ ସ୍ତ୍ରୀ ସିଂହର ଓଜନ ୧୨୬.୯ କିଗ୍ରା ହୋଇଥିବା ବେଳେ ପୂର୍ବ ଆଫ୍ରିକାର ପୁରୁଷ ସିଂହ ୧୭୪.୯ କିଗ୍ରା ଓ ସ୍ତ୍ରୀ ସିଂହ ୧୧୯.୫ କିଗ୍ରା ହୋଇଥାଏ । ତଥ୍ୟରୁ ଜଣାପଡେ ପୁରୁଷ ସିଂହର ଶରୀରର ୧୭୦-୨୫୦ ସେମି ଓ ଲାଞ୍ଜ ୯୦-୧୦୫ ସେମି ସେମିତି ସ୍ତ୍ରୀ ସିଂହର ଲମ୍ବ ୧୪୦-୧୭୫ ସେମି ଓ ଲାଞ୍ଜ ୭୦-୧୦୦ ସେମି ହୋଇଥାଏ ।
ସିଂହମାନଙ୍କ ଅଧିକାଂଶ ସମୟ ବିଶ୍ରାମ ନେବାରେ ଅତିବାହିତ କରିଥା’ନ୍ତି ପାଖାପାଖି ୨୦ ଘଣ୍ଟା ଦିନକରେ ଏତଦବ୍ୟତୀତ ଏମାନେ ସବୁ ସମୟରେ ସକ୍ରିୟ ଥାଆନ୍ତି । ରାତି ହେଉ ବା ଦିନ ଯେତେବେଳେ ଚାହାନ୍ତି ଶିକାର କରନ୍ତି ଓ ୨ଘଣ୍ଟା ପ୍ରତିଦିନ ଚାଲନ୍ତି ୫୦ ମିନିଟ ଖାଇବାରେ ଅତିବାହିତ କରନ୍ତି । ସିଂହମାନେ ଦଳବନ୍ଧ କରି ରୁହନ୍ତି ମୁଖ୍ୟତଃ ସିଂହୀମାନେ ଗୋଟିଏ ଦଳରେ ୧-୨ଟି ପୁରୁଷ ଥାଆନ୍ତି ତା ସହ ଶାବକମାନେ ବି ଥାଆନ୍ତି ଏମାନଙ୍କ ସଂଖ୍ୟା ୩୦ଟି ପର୍ଯ୍ୟନ୍ତ ହୋଇପାରେ,ପ୍ରାୟ ୫-୬ ସିଂହୀ ଗୋଟିଏ ଦଳରେ ରହିବାରେ ଦେଖାଯାଇଛି । । ଅଧିକାଂଶ ଶିକାର ସିଂହୀମାନେ କରନ୍ତି ଓ ଏମାନେ ଦଳ କରି ଶିକାର କରନ୍ତି,ପୁରୁଷମାନେ ଶିକାର କମକରନ୍ତି କାରଣ ଓଜନ ଶରୀର ଓ ଲମ୍ବା କେଶରୀ ଏମାନଙ୍କ ପାଇଁ ଶିକାରରେ ବାଧା ସୃଷ୍ଟି କରନ୍ତି । ସିଂହୀମାନେ ଯେବେ ଶିକାର ଗସ୍ତରେ ଯାନ୍ତି ପୁରୁଷ ଶାବକ ଓ ନିଜ ଅଞ୍ଚଳର ରକ୍ଷଣ ବେକ୍ଷଣ କରେ ।ସିଂହମାନଙ୍କ ଶିକାର ଆକାର ମାଧ୍ୟମ ଧରଣ ଯେପରିକି ବାଇଲ୍ଡେବିଷ୍ଟ,ଜେବ୍ରା ,ମଇଁଷି,ନୀଳଗାଈ,ହରିଣ ଓ ବାରହା ଇତ୍ୟାଦି । ସିଂହ ଶିକାର ଠାରୁ ୩୦ ମିଟରରୁ କମ ଦୂରତା ନହେବା ପର୍ଯ୍ୟନ୍ତ ଆକ୍ରମଣ କରେନାହିଁ କାରଣ ଅତ୍ୟଧିକ ଦୂରତା ଦୌଡିବାରେ ଏମାନେ ସକ୍ଷମ ନୁହନ୍ତି । ଗୋଟିଏ ସିଂହୀ ୫ କିଗ୍ରା ପର୍ଯ୍ୟନ୍ତ ମାଂସ ଗୋଟିଏ ଦିନରେ ଓ ଗୋଟିଏ ସିଂହ ପ୍ରାୟ ୭କିଗ୍ରା ମାଂସ ଗୋଟିଏ ଦିନରେ ଖାଇଥାଏ । ସିଂହୀମାନେ ଏକତ୍ର ଶିକାର କରନ୍ତି ଓ ଶିକାରକୁ ମିଳିମିଶି ଗ୍ରହଣ କରନ୍ତି କିନ୍ତୁ ସିଂହ ଯେବେ ଶିକାର କରେ କମ ପରିମାଣରେ ଦେଖା ଯାଇଛି ଯେ ଶିକାରକୁ ବାଣ୍ଟି ଖାଇବାରେ ।
୪ବର୍ଷ ବୟସ ପରେ ସିଂହ ପ୍ରଜନନକ୍ଷମ ହୋଇଥାଏ,ସିଂହୀ ଯେବେ ଗର୍ଭଧାରଣ ପାଇଁ ଇଚ୍ଛାକରେ ତ ସେତେବେଳେ ସେ ଏକାଧିକ ସିଂହମାନଙ୍କ ସହ ମିଳନ କରେ । ସିଂହୀର ଗର୍ଭଧାରଣ ସମୟ ୧୧୦ ଦିନ ହୋଇଥାଏ ଓ ୧-୪ଟି ପର୍ଯ୍ୟନ୍ତ ଶାବକ ଜନ୍ମଦିଏ । ଶାବକମାନଙ୍କୁ ନିଜ ଦଳ ଠାରୁ ଦୂରରେ କୌଣସି ଗୁମ୍ଫା ବା ଅନ୍ୟାନ୍ୟ ସୁରକ୍ଷିତ ଜାଗାରେ ଜନ୍ମ ଦିଏ । ଜନ୍ମିତ ଶାବକ ଗୁଡିକ ଆଖି ବନ୍ଦ ଥାଏ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଓ ଏମାନଙ୍କ ଓଜନ ୧.୨-୨ କିଗ୍ରା ପର୍ଯ୍ୟନ୍ତ ହୋଇଥାଏ । ତିନି ସପ୍ତାହ ପର୍ଯ୍ୟନ୍ତ ଏମାନେ ଅକ୍ଷମ ଥାଆନ୍ତି ଏମାନଙ୍କ ମାଁ ଏମାନଙ୍କ ଗର୍ଦନରୁ ଧରି ସ୍ଥାନ ପରିବର୍ତନ କରାଉଥାଏ,ସ୍ଥାନ ପରିବର୍ତନର ମୁଖ୍ୟ କାରଣ ଏମାନଙ୍କୁ ବାହ୍ୟ ଶତ୍ରୁମାନଙ୍କ ଠାରୁ ସୁରକ୍ଷା ଦେବା । ଶାବକମାନେ ୬-୮ ସପ୍ତାହର ହୋଇଯିବା ପରେ ସିଂହୀ ସେମାନଙ୍କୁ ନେଇ ଦଳରେ ସାମିଲ ହେଇଯାଏ । ଯଦି ଦଳରେ ଏକ ସମୟରେ ୨ଜଣ ସିଂହୀ ମାଁ ହୁଅନ୍ତି ତ ସେମାନେ ପରସ୍ପରକୁ ସହାୟତା କରନ୍ତି ।
ସିଂହ ଦଳର ପୁରୁଷ ସିଂହ ରୋଗିଣା ବା ଆଘାତ ପ୍ରାପ୍ତ ହେଲେ ତ ଅନ୍ୟ ସିଂହ ସେଇ ଦଳକୁ ଅକ୍ତିଆର ପାଇଁ ମୁକାବିଲା କରେ ଯଦି ସମ୍ପୃକ୍ତ ସିଂହ ବିଜୟ ଲାଭ କରେ ତ ଦଳର ମୁଖ୍ୟ ବୋଲି ବିବେଚିତ ହୁଏ । ଏହି ଲଢେଇ କେବେ କେବେ ଏତେ ଭୀଷଣ ହେଇଯାଏ ଯେ କାହାର ନା କାହାର ପ୍ରାଣ ହାନି ହୁଏ । କେତେକ କ୍ଷେତ୍ରରେ ସିଂହ ଠାରୁ ବିଜୟ କରି ମଧ୍ୟ ଦଳ ସହ ଯୋଡି ହେବା କଠିନ ହେଇଯାଏ କାରଣ ବିଜୟୀ ସିଂହ ନିଜ ପ୍ରତିଷ୍ଠାତା ପାଇଁ ଦଳର କନିଷ୍ଠ ସିଂହମାନଙ୍କୁ ଘଉଡାଇ ଦିଏ ବା ହତ୍ୟା କରିଦିଏ । ଯଦି ସେ ଦଳର ସିଂହୀମାନେ ଏହାକୁ ସହ୍ୟ ନକରିପାରନ୍ତି ତ ସେମାନେ ଏହାର ମୁକାବିଲା କରନ୍ତି । ଯଦି ସିଂହୀମାନେ ମିଳିମିଶି ସିଂହକୁ ପରାଜୟ କରିଦିଅନ୍ତି ତ ବାଧ୍ୟ ହୋଇ ସିଂହକୁ ଦଳ ଛାଡି ଯିବାକୁ ହୁଏ ଅନ୍ୟଥା ସିଂହ ନିଜ ପ୍ରଭୁତ୍ୱ ବଜାୟ ରଖେ । ମନୁଷ୍ୟ ଓ ସିଂହ :- ସିଂହକୁ ପୁରାତନ ଯୁଗରୁ ମାନବିୟତା ଓ ପରାକ୍ରମର ଚିହ୍ନ ରୂପେ ପରିଗଣିତ କରାଯାଉଅଛି । ସନାତନ ଧର୍ମରେ ବିଷ୍ଣୁ ହିରଣ୍ୟକଶିପୂ ନାମକ ରାକ୍ଷସକୁ ବଧ କରିବାପାଇଁ ନରସିଂହ ଅବତାର ନେଇଥିଲେ ଏବଂ ମାଁ ଦୁର୍ଗାଙ୍କ ବାହନ ମଧ୍ୟ ସିଂହ ସେ ସିଂହ ଉପରେ ବସି ମହିଂଶାସୁରର ବଧ କରିଥିଲେ । ଭାରତର ଅଶୋକ ସ୍ତମ୍ଭରେ 3ଟି ସିଂହମାନଙ୍କ ପ୍ରତିମୁର୍ତୀ ରହିଅଛି ।ଶୀଖ ଧର୍ମାଲବମ୍ବୀମାନଙ୍କ ଶୀର୍ଷକ “ସିଂହ” ଗୁରୁଗୋବିନ୍ଦ ସିଂହଙ୍କଦ୍ୱାରା ସ୍ୱୀକାରୋକ୍ତି କରଯାଇଥିଲା । ଶ୍ରୀଲଙ୍କାବାସୀଙ୍କୁ ସିଂହଳୀ କୁହାଯାଏ ଯାହାର ଅର୍ଥ ମନୁଷ୍ୟ ଯାହା ଶରୀରେ ସିଂହରକ୍ତ ପ୍ରବାହିତ କରେ ଏତଦ୍ୱ୍ୟତୀତ ସେମାନଙ୍କ ଜାତୀୟ ପତାକା ଚିହ୍ନ ମଧ୍ୟ ସିଂହ । ସିଙ୍ଗାପୁରର ନାମ ମାଳୟ ଭାଷା ଅନୁଯାଇ ନାମିତ ହୋଇଛି ଏହାର ଅର୍ଥ ସିମହା ପୁର ବା ସିଂହପୁର ଏତଦବ୍ୟତୀତ ରୋମ,ଗ୍ରୀକ,ଚୀନ,ସୁଡାନ ଓ ଇଜିପ୍ଟ ପରି ଦେଶମାନଙ୍କରେ ଅନେକ କିମ୍ବଦନ୍ତୀ ଓ କ୍ରୀର୍ତିମାନ ରହିଅଛି ସିଂହ ନାମରେ ।