dcsimg

ଯଅ ( одиски )

добавил wikipedia emerging languages

ଯଅ (Hordeum vulgare L.), ଘାସ ପରିବାର ଅନ୍ତର୍ଗତ ଅଟେ । ଏହା ନାତିଷିତୋଷ୍ଣ୍ଣ ଜଳବାୟୁରେ ବଢୁଥିବା ଏକ ଶସ୍ୟ ଜାତୀୟ ଫସଲ । ୧୩,୦୦୦ ବର୍ଷ ପୂର୍ବେ ବିଶେଷତଃ ୟୁରେସିଆ ଅଞ୍ଚଳରେ ଚାଷ କରାଯାଉଥିବା ପ୍ରଥମ ଫସଲ ମଧ୍ୟରୁ ଗୋଟିଏ । ଯଅ ମଧ୍ୟ ପଶୁ ଖାଦ୍ୟ ରୂପେ ବ୍ୟବହୃତ ହୁଏ, ମଦ ପାଇଁ ଅମ୍ଳୀଭବନ ଜିନିଷର ଉତ୍ସ ଭାବେ ଓ ନିର୍ଦ୍ଦିଷ୍ଟ ବିଶୁଦ୍ଧ ସୁସ୍ୱାଦୁ ପାନୀୟ ଓ ବିଭିନ୍ନ ସ୍ୱାସ୍ଥ୍ୟକର ଖାଦ୍ୟର ଉପାଦାନ ଭାବେ ବ୍ୟବହୃତ ହୁଏ । ଏହାକୁ ସୁପ୍, ସିଝା ଖାଦ୍ୟରେ ଓ ବିଭିନ୍ନ ପ୍ରକାରର ଯଅ ପାଉଁରୁଟିରେ ମଧ୍ୟ ବ୍ୟବହାର କରାଯାଏ । ସାଧାରଣତଃ ଯଅ ଦାନାକୁ ପାରମ୍ପରିକ ଉପାୟରେ ପାଣିରେ ବତୁରାଇ ଗଜା ବାହାର କରାଯାଏ । ୨୦୦୭ ମସିହାରେ ପୃଥିବୀରେ ଖାଦ୍ୟ ଶସ୍ୟ ତାଲିକାରେ, ଉଭୟ ଉତ୍ପାଦନ ପରିମାଣ (୧୩୬ ନିୟୁତ ଟନ୍) ଓ ଚାଷଜମି କ୍ଷେତ୍ରଫଳ (୫୬୬,୦୦୦ square କିଲୋମିଟର or ୨୧୯,୦୦୦ square ମାଇଲ) ହିସାବରେ ଚତୁର୍ଥ ସ୍ଥାନରେ ଥିଲା ।[୩]

ଶବ୍ଦର ବ୍ୟୁତ୍ପତି

ଯଅର ପୁରୁଣା ଇଂରାଜୀ ଶବ୍ଦ ହେଉଛି bære, ଯାହା ପ୍ରୋଟୋ-ଇଣ୍ଡୋ-ୟୁରୋପିଆନ୍ ଶବ୍ଦର ସମୟକୁ ନେଇଯାଇଥାଏ ଏବଂ ଲାଟିନ ଶବ୍ଦ ଫରିନା ତଥା ଫ୍ଲୋର ଜାତୀୟ ଅଟେ । ପୁରୁଣା ଇଂରାଜୀରେ ଆଧୁନିକ ଇଂରାଜୀର ସିଧାସଳଖ ପୂର୍ବଜ ହେଉଛି ବ୍ୟୁତ୍ପାଦିତ ବିଶେଷଣ bærlic, ଯାହାର ଅର୍ଥ ଯଅ-ର[୪] bærlic ଶବ୍ଦର ପ୍ରଥମ ଆଧାର ୯୬୬ ଖ୍ରୀଷ୍ଟାବ୍ଦରେ ଅକ୍ସଫୋର୍ଡ ଇଂରାଜୀ ଅଭିଧାନରେ ଯୌଗିକ ଶବ୍ଦ bærlic-croftରେ ଦେଖିବାକୁ ମିଳେ ।[୫] ମୂଳ ଶବ୍ଦ bære ଉତ୍ତର ସ୍କଟଲ୍ୟାଣ୍ଡରେ ବିଅର ଭାବେ ବଞ୍ଚିରହିଛି ଏବଂ ଏହା ସେଠାରେ ବଢୁଥିବା ଏକ ସ୍ୱତନ୍ତ୍ର ୬ ଧାଡ଼ିକିଆ ଯଅର ପ୍ରଜାତିକୁ ଦର୍ଶାଏ ।[୬] ବାର୍ନ ଶବ୍ଦର ପ୍ରକୃତ ଅର୍ଥ ହେଉଛି ଯଅ-ଘର ("barley-house"), ଯାହା ମଧ୍ୟ ଏହି ଶବ୍ଦର ଆସିଅଛି ।[୪]

ଜୀବ ବିଜ୍ଞାନ

 src=
ଯଅ
 src=
ଏକ ଯଅ ମୂଳର cross-section

ଯଅ ଘାସ ପରିବାର ଅନ୍ତର୍ଗତ ଅଟେ । ଏହା ଏକ ସ୍ୱ-ସଙ୍ଗମ କରୁଥିବା ୧୪ଟି ଗୁଣସୂତ୍ର ଥିବା diploid ପ୍ରଜାତି । ଚାଷ କରାଯାଉଥିବା ଯଅର ବନ୍ୟ ପୂର୍ବଜ ହେଉଛି, Hordeum vulgare subsp. ସ୍ପୋଣ୍ଟାନିଅମ, ଯାହା ପଶ୍ଚିମ ଏସିଆ ଓ ଉତ୍ତର-ପୂର୍ବ ଆଫ୍ରିକାର ଜଙ୍ଗଲ ଓ ତୃଣଭୂମି ଅଞ୍ଚଳ ଏବଂ disturbed habitatsରେ ମଧ୍ୟ ବହୁଳ ଭାବେ ଦେଖିବାକୁ ମିଳେ । ଏହି ଅଞ୍ଚଳ ଛଡା ବନ୍ୟ ଯଅ ଦେଖିବା ବିରଳ ଓ ସାଧାରଣତଃ ବିଚ୍ଛିନ୍ନ ଭାବେ ଦେଖିବାକୁ ମିଳେ ।[୭] ତଥାପି genome-wide ବିବିଧତା ଚିହ୍ଙକାରୀତ ଥୟ ଅନୁଯାୟୀ ତିବତ ଯଅ ଚାଷର ଅନ୍ୟ ଏକ ଅତିରିକ୍ତ କେନ୍ଦ୍ର ।[୮]

ଚାଷ

ଆଧାର

  1. "Hordeum vulgare". Integrated Taxonomic Information System.
  2. The Plant List: A Working List of All Species, retrieved 2 February 2016
  3. "FAOSTAT". Food and Agriculture Organization of the United Nations. Archived from the original on 8 May 2009. Retrieved 2009-05-18.
  4. ୪.୦ ୪.୧ Ayto, John (1990). The glutton's glossary : a dictionary of food and drink terms. London: Routledge. pp. 16–17. ISBN 0-415-02647-4.
  5. J. Simpson; E. Weiner, eds. (1989). "barley". Oxford English Dictionary (2nd ed.). Oxford: Clarendon Press. ISBN 0-19-861186-2.
  6. "Dictionary of the Scots Language: "DSL - DOST Bere, Beir"". Retrieved 2008-11-19.
  7. Zohary, Daniel; Maria Hopf (2000). Domestication of Plants in the Old World: The Origin and Spread of Cultivated Plants in West Asia, Europe, and the Nile Valley (3rd ed.). Oxford University Press. pp. 59–69. ISBN 0-19-850357-1.
  8. Dai, F.; Nevo, E.; Wu, D.; Comadran, J.; Zhou, M.; Qiu, L.; Chen, Z.; Beiles, A.; et al. (2012). "Tibet is one of the centers of domestication of cultivated barley". Proceedings of the National Academy of Sciences. 109 (42): 16969–16973. doi:10.1073/pnas.1215265109.
лиценца
cc-by-sa-3.0
авторски права
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |
изворно
посети извор
соработничко мреж. место
wikipedia emerging languages

ଯଅ: Brief Summary ( одиски )

добавил wikipedia emerging languages

ଯଅ (Hordeum vulgare L.), ଘାସ ପରିବାର ଅନ୍ତର୍ଗତ ଅଟେ । ଏହା ନାତିଷିତୋଷ୍ଣ୍ଣ ଜଳବାୟୁରେ ବଢୁଥିବା ଏକ ଶସ୍ୟ ଜାତୀୟ ଫସଲ । ୧୩,୦୦୦ ବର୍ଷ ପୂର୍ବେ ବିଶେଷତଃ ୟୁରେସିଆ ଅଞ୍ଚଳରେ ଚାଷ କରାଯାଉଥିବା ପ୍ରଥମ ଫସଲ ମଧ୍ୟରୁ ଗୋଟିଏ । ଯଅ ମଧ୍ୟ ପଶୁ ଖାଦ୍ୟ ରୂପେ ବ୍ୟବହୃତ ହୁଏ, ମଦ ପାଇଁ ଅମ୍ଳୀଭବନ ଜିନିଷର ଉତ୍ସ ଭାବେ ଓ ନିର୍ଦ୍ଦିଷ୍ଟ ବିଶୁଦ୍ଧ ସୁସ୍ୱାଦୁ ପାନୀୟ ଓ ବିଭିନ୍ନ ସ୍ୱାସ୍ଥ୍ୟକର ଖାଦ୍ୟର ଉପାଦାନ ଭାବେ ବ୍ୟବହୃତ ହୁଏ । ଏହାକୁ ସୁପ୍, ସିଝା ଖାଦ୍ୟରେ ଓ ବିଭିନ୍ନ ପ୍ରକାରର ଯଅ ପାଉଁରୁଟିରେ ମଧ୍ୟ ବ୍ୟବହାର କରାଯାଏ । ସାଧାରଣତଃ ଯଅ ଦାନାକୁ ପାରମ୍ପରିକ ଉପାୟରେ ପାଣିରେ ବତୁରାଇ ଗଜା ବାହାର କରାଯାଏ । ୨୦୦୭ ମସିହାରେ ପୃଥିବୀରେ ଖାଦ୍ୟ ଶସ୍ୟ ତାଲିକାରେ, ଉଭୟ ଉତ୍ପାଦନ ପରିମାଣ (୧୩୬ ନିୟୁତ ଟନ୍) ଓ ଚାଷଜମି କ୍ଷେତ୍ରଫଳ (୫୬୬,୦୦୦ square କିଲୋମିଟର or ୨୧୯,୦୦୦ square ମାଇଲ) ହିସାବରେ ଚତୁର୍ଥ ସ୍ଥାନରେ ଥିଲା ।

лиценца
cc-by-sa-3.0
авторски права
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |
изворно
посети извор
соработничко мреж. место
wikipedia emerging languages