ରସୁଣ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଏକ ଭଲ ମସଲା ଭାବେ ମଧ୍ୟ ଲୋକପ୍ରିୟ। ଏହି ଗୁଳ୍ମ ଅତି ବେଶୀରେ ୩୦ ସେ.ମି. ଉଚ୍ଚତା ଯାଏଁ ବଢ଼ିଥାଏ । ପତ୍ର ଗୁଡ଼ିକ ଚେପଟା, ସରୁ ଓ ଲମ୍ବା । ଏହାର ମୂଳରେ କଲି କଲି ହୋଇ ଏକ ଧଳା ଆବରଣରେ ଆବୃତ ହୋଇ ରସୁଣ ରହିଥାଏ। ଏହାର ମୂଳକୁ ହିଁ ମୁଖ୍ୟତଃ ମସଲା ଓ ଔଷଧ ରୂପରେ ବ୍ୟବହାର କରାଯାଇଥାଏ । ଭାରତୀୟ ବ୍ୟଞ୍ଜନରେ ଏହାର ବହୁଳ ବ୍ୟବହାର ହୋଇଥାଏ ।
ବିବିଧ ଭାଷାରେ ନାମ
ବ୍ୟବହାର
ଔଷଧୀୟ
- ଦେହରୁ କୃମି ମାରିବାରେ
- ଥଣ୍ଡା, ସର୍ଦ୍ଦି ଦୂର କରିବାରେ, ଟନସିଲ (ଗଳାବ୍ୟଥା), କଣ୍ଠର କର୍କଶ ସ୍ୱରରେ
- ଲାଳ ବୃଦ୍ଧି କରିବା ଓ ହଜମରେ ସହାୟତା କରିବାରେ, ପେଟର ବାୟୁ ଓ ପେଟକାମୁଡ଼ା ଆଦି ଦୂର କରିବାରେ
- ମୂତ୍ରର ପ୍ରବାହକୁ ସୁଗମ କରିବାରେ
- ଜ୍ୱର ଦୂର କରିବାରେ
- ଫୁଲା, ଦରଜ ଦୂର କରିବାରେ
- ବ୍ରୋଙ୍କାଇଟିସ, ଯକ୍ଷ୍ମା (ଟ୍ୟୁବରକୁଲୋସିସ) , ନିମୁନିଆ(ସନ୍ନିପାତ), ଆସ୍ଥ୍ମା(ଶ୍ୱାସ), ଏବଂ ଅନ୍ୟାନ୍ୟ ଶ୍ୱାସ ସମ୍ବନ୍ଧିୟ ରୋଗରେ
- ଏହା ଉଚ୍ଚ ରକ୍ତଚାପର ଉତ୍ତମ ଔଷଧ। ଏଥିପାଇଁ କଞ୍ଚା ରସୁଣକୁ ସାଲାଡରେ ଖିଆଯାଏ ।
- ଏହା କର୍କଟ ରୋଗର ପ୍ରତିଷେଧକ ଓ ଆଣ୍ଟିବାୟୋଟିକ
- କାନଟଣା, କାଲାପଣ ଓ ବାଳ ବଢିବାରେ ବିଳମ୍ବ ହେଲେ ଏହାର ପ୍ରୟୋଗ କରାଯାଏ, ଏଥିପାଇଁ ରସୁଣକୁ ଛେଚି ନଡିଆ ତେଲରେ ଗରମ କରି, ସେହି ତେଲକୁ ଛାଣି ତାକୁ ନଖ ଉଷୁମ କାନରେ ପକାଯାଏ।
- ବିଭିନ୍ନ ଚର୍ମରୋଗରେ ଏହା ଗୁଣକାରୀ
- ବୈଜ୍ଞାନିକ ପର୍ଯ୍ୟବେକ୍ଷଣରୁ ଜଣା ପଡ଼ିଛି ଯେ, ରସୁଣ ଖାଇବାଦ୍ୱାରା ଦେହରେ କୋଲେଷ୍ଟରଲର ମାତ୍ରା କମ୍ ହୁଏ ।
ଅନ୍ୟାନ୍ୟ
- ନିମ୍ନରକ୍ତଚାପ (hypotension)ର ରୋଗୀ ରସୁଣ ଖାଇବା ହାନିକାରକ ।
ଆଧାର
ପୁସ୍ତକ
- Plants That Heal by Dr. J C Kurian, Oriental Watchman Publishing House, Pune, India