dcsimg

ଶୁଆ ( Oriya )

provided by wikipedia emerging languages

ଶୁଆ ମୋଟାମୋଟି ଭାବେ ୩୯୩ ଜାତିର ଅଟନ୍ତି । ଶୁଆକୁ ସିଟାସିନି ମଧ୍ୟ କୁହାଯାଏ । ଏହି ଶୁଆମାନେ କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଅଞ୍ଚଳରେ ମୁଖ୍ୟତଃ ଦେଖାଯାଆନ୍ତି । ଶୁଆମାନଙ୍କୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି।ଯଥା:-ସିଟାକୋଏଡିଆ(ପ୍ରକୃତ ଶୁଆ),କାକୁଟୋଏଡିଆ(କୋକା ଟୋସ୍) ଓ ସ୍ଟ୍ରିଗୋପୋଏଡିଆ(ନିଉଜଲ୍ୟାଣ୍ଡ ଶୁଆ)। ଶୁଆକୁ ଶୂକ ମଧ୍ୟ କୁହାଯାଏ।

ପରିଚୟ

ଶୁଆର ଦୁଇଟି ଆଖି, ଏକ ଶକ୍ତ ବକ୍ର ଥଣ୍ଟ, ଶକ୍ତ ଗୋଡ଼, ପଞ୍ଝା ଅଛି । ବହୁତ ଶୁଆ ଦେଖିବାକୁ ଏକା ରଙ୍ଗର ଓ ଆଉ କିଛି ଶୁଆଙ୍କର ରଙ୍ଗ ଏକାଧିକ ରଙ୍ଗର ହୋଇଥାଏ । ଅଧିକାଂଶ ଶୁଆଙ୍କର ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ହେଉଛି ମଞ୍ଜି, ଫଳ, କଢ଼ ଓ ଗଛର ଅନ୍ୟ ଅଂଶ । କିଛି ଜାତିର ଶୁଆ ପଶୁମାନଙ୍କୁ ଓ ପଚା ସଢା ମାଂସ ଖାଇଥିବା ବେଳେ ଲୋରିସ୍ ଓ ଲୋରିକିଟ୍ସ ଶୁଆ ରସାଳ ପୁଷ୍ପ ଓ କୋମଳ ଫଳ ଖାଇଥାନ୍ତି । ପ୍ରାୟ ସବୁ ଶୁଆ ଗଛ କୋରଡ଼ରେ ରୁହନ୍ତି।

ଶୁଆମାନଙ୍କର ମେଧା ଶକ୍ତି, କାଉ, ଡାମରା କାଉ, ଭଦ ଭଦଳିଆ ପକ୍ଷୀମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଅଟେ । ଏମାନେ ମନୁଷ୍ୟ ସ୍ୱରକୁ ଅନୁକରଣ କରିପାରି ନିଜର ଲୋକପ୍ରିୟତା ବୃଦ୍ଧି କରାଇପାରନ୍ତି ଓ ପୋଷା ମଧ୍ୟ ହୋଇ ପାରନ୍ତି । କିଛି ଶୁଆମାନେ ବୁଦ୍ଧିମାନ ହୋଇଥିବାରୁ ଚାରି ପାଞ୍ଚ ବର୍ଷର ମଣିଷ ପରି କଥା କହିଥାନ୍ତି।

ବର୍ଗୀକରଣ

Psittaciform ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆରେ ଦେଖାଯାଆନ୍ତି।ଏହି ଶୁଆମାନେ ଅଷ୍ଟ୍ରେଲିଆର ଗଣ୍ଡୱାନାରେ ଦେଖାଯାଆନ୍ତି।ଆଣବିକ ଅଧ୍ୟୟନରୁ ଜଣାଯାଏ ଯେ ଶୁଆମାନେ ୫୯ନିୟୁତ ବର୍ଷ ଧରି ଗଣ୍ଡୱାନା ସହିତ ଜଡ଼ିତ।

ଆଧାର

  1. Waterhouse, David M. (2006). "Parrots in a nutshell: The fossil record of Psittaciformes (Aves)". Historical Biology. 18 (2): 223–234. doi:10.1080/08912960600641224.
license
cc-by-sa-3.0
copyright
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |