ବରକୋଳି (Ziziphus zizyphus) (ଗ୍ରୀକ ଭାଷା ζίζυφον, ଜିଜିଫନ (zizyfon) ଆସିଅଛି ।[୩]), ସାଧାରଣ ଇଂରାଜୀ ନାମ ଜୁଜୁବି (jujube) (ବା ଜୁଜୁବା), ରେଡ଼ ଡେଟ (red date), ଚାଇନିଜ ଡେଟ (Chinese date), ବା ଇଣ୍ଡିଆନ ଡେଟ (Indian date) ରାମ୍ନାସି (Rhamnaceae) ପରିବାରର ଜିଜିଫସ (Ziziphus) ଜାତିର ଏକ ଉପଜାତି (species) ଓ ଏକ କୋଳି ଗଛ ।
ଅଧିକ ପରିମାଣରେ ଚାଷ କରାଯାଉ ନ ଥିବାରୁ ଏହା ପ୍ରକୃତରେ କେଉଁ କେଉଁ ଅଞ୍ଚଳରେ ଫଳୁଥିଲା, ସେ କଥା ଭଲଭାବରେ ଜଣାଯାଇନାହିଁ, କିନ୍ତୁ ଦକ୍ଷିଣ ଏସିଆର ଲେବାନନ, ଇରାନ, ପାକିସ୍ଥାନ, ଭାରତ, ବଙ୍ଗଳାଦେଶ, କୋରିଆର ଦ୍ୱୀପ ସମୂହ , ଦକ୍ଷିଣ ଓ ପଶ୍ଚିମ ଚୀନ ଓ ଦକ୍ଷିଣ ଇଉରୋପରେ ଏହା ବହୁଳ ଭାବରେ ଦେଖିବାକୁ ମିଳିଥାଏ । [୪]
ଏହା ଏକ ଛୋଟ ବୁଦାଜାତୀୟ ଗଛ । ଏହାର ଉଚ୍ଚତା ୫ରୁ ୧୦ ମିଟର ହୋଇଥାଏ । ଶାଖାସବୁରେ କଣ୍ଟାଥାଏ । ଏହାର ପତ୍ର ଉଜ୍ଜଳ ସବୁଜ, ହୋଇଥାଏ ।
ଏହାର ନାମକରଣ ବଟାନିକାଲ ଇଣ୍ଟରନ୍ୟାସନାଲ କୋଡ଼ ଅଫ ବଟାନିକାଲ ନମେନକ୍ଳେଚର (International Code of Botanical Nomenclature) ଅନୁସାରେ ନାନାଦି ବନାନକୁ ନେଇ ହୋଇଅଛି । କାର୍ଲ୍ସ ଲିନେସ (Carolus Linnaeus) ୧୭୫୩ରେ ଏହାକୁ ପ୍ରଥମେ ତାହାଙ୍କର ସ୍ପିସିସ ପ୍ଲାଣ୍ଟରମ (Species Plantarum) ବହିରେରାମ୍ନସ ଜିଜିଫସ (Rhamnus zizyphus) ନାମ ଦେଇଥିଲେ । ତାହାପରେ ୧୭୬୮ରେ ଫିଲିପ ମିଲର (Philip Miller) ଏହା ରାମ୍ନସ (Rhamnus)’’ ଠାରୁ ଅଲଗା ବୋଲି ପ୍ରମାଣ କରିଥିଲେ ଯାହା ଫଳରେ ଏହା ଏକ ନୂଆ ଜାତି ଜିଜିଫସ ଯୁଜୁବି (Ziziphus jujube)ରେ ପରିଣତ ହୋଇଥିଲା ।
ବରକୋଳି ଦକ୍ଷିଣ ଏସିଆରେ ଖ୍ରୀ.ପୂ. ୯୦୦୦ ବେଳକୁ ଥିଲା । [୫] ଅତି କମରେ ଏହାର ୪୦୦ଟି ସାଥିରେ ଚାଷହେବା ଭଳି ଗଛର ଉଦ୍ଭବ ହୋଇସାରିଥିଲା ।
ଏହାର ପତ୍ରର ରସକୁ ମେଦ ରୋଗର ଚିକିତ୍ସା ପାଇଁ ମୂଷାମାନଙ୍କ ଉପରେ ସଫଳ ପରୀକ୍ଷା କରାଯାଇଛି । [୬]
କଞ୍ଚା ବରକୋଳିର ରଙ୍ଗସବୁଜ ଓ ସ୍ୱାଦ ଖଟା ହୋଇଥାଏ । ଏହାକୁ କଞ୍ଚା ବା ପାଚିଲା ପରେ ତରକାରୀରେ ପକାଇ ଖିଆଯାଇଥାଏ । ଓଡ଼ିଶାରେ ଏହା ଖଟା, ଆଚାର ଆଦିରେ ବ୍ୟବହାର କରାଯାଇଥାଏ । ଚୀନରେ କଞ୍ଚା କୋଳିକୁ ଜଳଖିଆ ଭାବରେ ବା ଚାହା ସହିତ ଖିଆଯାଇଥାଏ । ସେଠାରେ ଏହା ଲାଲ (ଉଚ୍ଚାରଣ hóng zǎo) ବା କଳା (ଉଚ୍ଚାରଣ hēi zǎo) ରଙ୍ଗର ହୋଇଥାଏ । କଳାରଙ୍ଗର ବରକୋଳିର ବାସନା ବଢ଼ାଇବା ନିମନ୍ତେ ଏହାକୁ ବାମ୍ଫରେ ରଖାଯାଇଥାଏ । [୭]
ବରକୋଳି (Ziziphus zizyphus) (ଗ୍ରୀକ ଭାଷା ζίζυφον, ଜିଜିଫନ (zizyfon) ଆସିଅଛି ।), ସାଧାରଣ ଇଂରାଜୀ ନାମ ଜୁଜୁବି (jujube) (ବା ଜୁଜୁବା), ରେଡ଼ ଡେଟ (red date), ଚାଇନିଜ ଡେଟ (Chinese date), ବା ଇଣ୍ଡିଆନ ଡେଟ (Indian date) ରାମ୍ନାସି (Rhamnaceae) ପରିବାରର ଜିଜିଫସ (Ziziphus) ଜାତିର ଏକ ଉପଜାତି (species) ଓ ଏକ କୋଳି ଗଛ ।