dcsimg
Ratkaisematon nimi

Virus

ଭୂତାଣୁ ( oriya )

tarjonnut wikipedia emerging languages
Help

ଭୁତାଣୁ ଏକ ସଂକ୍ରାମକ ଏଜେଣ୍ଟ ବା ପ୍ରତିନିଧି (infectious agent) ଯାହା କେବଳ ଜୀବନ୍ତ କୋଷ ଭିତରେ ରେପ୍ଲିକେଟ (replicates) କରେ । ଏହା ପ୍ରାଣୀ ବୃକ୍ଷଠାରୁ ଆରମ୍ଭ କରି ଜୀବାଣୁ (bacteria) ଓ ଅଣୁଜୀବ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜୀବନ୍ତ ସୃଷ୍ଟିକୁ ସଂକ୍ରମଣ କରିପାରେ ।[୧]

ସନ ୧୮୯୨ରେ ଡିମିଟ୍ରି ଇଭାନୋଭସ୍କି (Dmitri Ivanovsky) ଲେଖିଥିବା ଆଲେଖ୍ୟରେ ଅଣ-ଜୀବାଣୁ ରୋଗସୃଷ୍ଟିକାରକ ଗୁଡ଼ିକ ଟୋବାକୋ ଗଛକୁ ସଂକ୍ରମଣ କରିବା ଓ ସନ ୧୮୯୮ରେ ମାର୍ଟିନସ ବିଜେରିଙ୍କ (Martinus Beijerinck) ଟୋବାକୋ ମୋଜାଇକ ଭୁତାଣୁ ଆବିଷ୍କାର ପର୍ଯ୍ୟନ୍ତ ପ୍ରାୟ ୫୦୦ ପ୍ରଜାତିର ଭୁତାଣୁମାନଙ୍କର ସବିଶେଷ ବର୍ଣ୍ଣନା [୨] କରାଯାଇଥିଲେ ମଧ୍ୟ ନିୟୁତ ନିୟୁତ ପ୍ରଜାତିର ଭୁତାଣୁ ଅଛନ୍ତି ।[୩] ପୃଥିବୀର ପ୍ରତ୍ୟେକ ଇକୋସିସ୍ଟମରେ ସର୍ବାଧିକ ସଂଖ୍ୟାରେ ଏହି ଭୁତାଣୁ ବିଦ୍ୟମାନ ଅଛନ୍ତି ।[୪] ଭୁତାଣୁ ଅନୁଶୀଳନ‌କୁ ଭାଇରୋଲୋଜି (virology) କୁହାଯାଏ ଯାହା ମାଇକ୍ରୋବାୟୋଲୋଜିର (microbiology) ଏକ ଶାଖା ।

ଜୀବକୋଷ ମଧ୍ୟରେ ନଥିବା ସମୟରେ ବା ସଂକ୍ରମଣ କରୁଥବା ସମୟରେ ଭୁତାଣୁ ଏକ ଭିରିଅନ (virion) ନାମଧାରୀ ସ୍ୱାଧୀନ ପାର୍ଟିକ୍ଲ ଭାବରେ ରହେ । ଏହି ଭିରିଅନରେ (୧) ପ୍ରୋଟିନ କୋଡ଼ ଥିବା ଲମ୍ବା ଡିଏନଏ DNA ବା ଆରଏନଏ RNA ମଲିକ୍ୟୁଲ, (୨) ଏହି ଜେନେଟିକ ପଦାର୍ଥକୁ କାପସିଡ (capsid) ନାମକ ଏକ ଘୋଡ଼େଇ ରଖୁଥିବା ପ୍ରୋଟିନ କୋଟ (coat) ଓ ବେଳେ ବେଳେ (୩) ଏକ ବାହ୍ୟ ଲିପିଡ ଖୋଳ ଥାଏ । ଏହି ଭୁତାଣୁର ଆକୃତି ହେଲିକ୍ସ ଓ ଇକୋସାହେଡ୍ରାଲ (icosahedral) ଆକାରରୁ ଆରମ୍ଭ କରି ଅଧିକ ଜଟିଳ ହୋଇପାରେ । ଅଧିକାଂଶ ଭୁତାଣୁ ପ୍ରଜାତିଙ୍କର ଅତି କ୍ଷୁଦ୍ର ଭିରିଅନ ଥାଏ ଯାହା ଅପ୍ଟିକାଲ ଅଣୁବୀକ୍ଷଣ (optical microscope) ସାହାଯ୍ୟରେ ଦେଖିବା ମଧ୍ୟ ଦୁଃସାଧ୍ୟ ହୋଇଯାଏ ।

ଭୁତାଣୁର ଇଭୋଲ୍ୟୁସନ ବା ସୃଷ୍ଟିଠାରୁ ଆରମ୍ଭ କରି ବିକାଶ ପର୍ଯ୍ୟନ୍ତ କୌଣସି ଇତିହାସ (evolution) ସ୍ପଷ୍ଟ ହୋଇନାହିଁ । କେତେକ ମତରେ ଏହା ଡିଏନଏର ପ୍ଲାଜମିଡ ଅଂଶରୁ ଅନ୍ୟ ଅନ୍ୟ କେତକ ମତରେ ଜୀବାଣୁରୁ ସୃଷ୍ଟି ହୋଇଛି । ଇଭୋଲ୍ୟୁସନ ଯୋଗୁ ଅନୁପ୍ରସ୍ଥ ବା ହୋରାଇଜୋଣ୍ଟାଲ ଜିନ ଟ୍ରାନ୍‌ସଫର ହୁଏ । ଏହାକୁ ଜୀବନ୍ତ ଆକାର କ‌ହିବାର କାରଣ ଏଥିରେ ପ୍ରଜନନ ଭଳି ଜେନେଟିକ ଟ୍ରାନ୍‌ସଫର ହୁଏ, କିନ୍ତୁ ଏହାର ନିୟମିତ ଜୀବକୋଷ ଗଠନ ନଥିବାରୁ ଏହାକୁ ଜୀବନ୍ତ ନାମ ଦେବାକୁ ଅନେକ ଅନିଚ୍ଛୁକ ହୁଅନ୍ତି । ଏହାକୁ କେବଳ ରେପ୍ଲିକେଟର କୁହାଯାଇପାରେ ।

ଭୁତାଣୁ ଏକ ମାଧ୍ୟମ ବା ଭେକ୍ଟର ସାହାଯ୍ୟରେ ସ୍ଥାନାନ୍ତର ହୁଏ ଯେପରି ଗୋଟିଏ ପୋକ ଭୁତାଣୁମାନଙ୍କୁ ଅନ୍ୟ ବୃକ୍ଷକୁ ସ୍ଥାନାନ୍ତର କରେ । ସେହିପରି ରକ୍ତଶୋଷଣକାରୀ ପୋକଙ୍କଦ୍ୱାରା ଭୁତାଣୁ ଅନ୍ୟଦେହରୁ ଯାଏ । କାଶ ଓ ଛିଙ୍କ ସାହାଯ୍ୟରେ ଇନଫ୍ଲୁଏଞ୍ଜା ଭୁତାଣୁ ସ୍ଥାନାନ୍ତର ହୁଏ । ଗାସ୍ଟ୍ରୋଏଣ୍ଟେରାଇଟିସ ରୋଗ ସୃଷ୍ଟିକାରୀ ନୋରୋ ଓ ରୋଟା ଭୁତାଣୁ ଗୁଡ଼ିକ ଖାଦ୍ୟ ବା ଜଳରୁ ମଳ-ପାଟି ଦେଇ ସ୍ଥାନାନ୍ତର ହୁଏ । ଏଚଆଇଭି ସେହିପରି ଯୌନ ସମ୍ପର୍କ ବା ସଂକ୍ରମିତ ରକ୍ତ ମାଧ୍ୟମରେ ବ୍ୟାପିଥାଏ ।

ପଶୁମାନଙ୍କର ଭୁତାଣୁ ସଂକ୍ରମଣ ହେଲେ ଏକ ଇମ୍ମ୍ୟୁନ ପ୍ରତିକ୍ରିୟା ହେବା ଫଳରେ ଭୁତାଣୁ ନଷ୍ଟ ହୋଇଯାଆନ୍ତି । ଭୁତାଣୁ ଟିକା ଦେଲେ କୃତ୍ରିମ ଉପାୟରେ ଇମ୍ମ୍ୟୁନିଟି ସୃଷ୍ଟି ହୁଏ । ଏଆଇଡିଏସ ଓ ଭୁତାଣୁ ହେପାଟାଇଟିସ ରୋଗରେ ଇମ୍ମ୍ୟୁନ ପ୍ରତିକ୍ରିୟା ହୋଇପାରେ ନାହିଁ, ତେଣୁ ରୋଗ କ୍ରନିକ ହୋଇ ରହେ ।

ଆଧାର

  1. Are viruses alive? The replicator paradigm sheds decisive light on an old but misguided question. Studies in History and Philosophy of Biological and Biomedical Sciences. 2016;59:125–134. doi:10.1016/j.shpsc.2016.02.016. PubMed.
  2. Dimmock p. 49
  3. Breitbart M. Here a virus, there a virus, everywhere the same virus?. Trends in Microbiology. 2005;13(6):278–84. doi:10.1016/j.tim.2005.04.003. PubMed.
  4. Lawrence CM, Menon S, Eilers BJ, et al.. Structural and functional studies of archaeal viruses. The Journal of Biological Chemistry. 2009;284(19):12599–603. doi:10.1074/jbc.R800078200. PubMed.
lisenssi
cc-by-sa-3.0
tekijänoikeus
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |
alkuperäinen
käy lähteessä
kumppanisivusto
wikipedia emerging languages

ଭୂତାଣୁ: Brief Summary ( oriya )

tarjonnut wikipedia emerging languages
Help

ଭୁତାଣୁ ଏକ ସଂକ୍ରାମକ ଏଜେଣ୍ଟ ବା ପ୍ରତିନିଧି (infectious agent) ଯାହା କେବଳ ଜୀବନ୍ତ କୋଷ ଭିତରେ ରେପ୍ଲିକେଟ (replicates) କରେ । ଏହା ପ୍ରାଣୀ ବୃକ୍ଷଠାରୁ ଆରମ୍ଭ କରି ଜୀବାଣୁ (bacteria) ଓ ଅଣୁଜୀବ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜୀବନ୍ତ ସୃଷ୍ଟିକୁ ସଂକ୍ରମଣ କରିପାରେ ।

ସନ ୧୮୯୨ରେ ଡିମିଟ୍ରି ଇଭାନୋଭସ୍କି (Dmitri Ivanovsky) ଲେଖିଥିବା ଆଲେଖ୍ୟରେ ଅଣ-ଜୀବାଣୁ ରୋଗସୃଷ୍ଟିକାରକ ଗୁଡ଼ିକ ଟୋବାକୋ ଗଛକୁ ସଂକ୍ରମଣ କରିବା ଓ ସନ ୧୮୯୮ରେ ମାର୍ଟିନସ ବିଜେରିଙ୍କ (Martinus Beijerinck) ଟୋବାକୋ ମୋଜାଇକ ଭୁତାଣୁ ଆବିଷ୍କାର ପର୍ଯ୍ୟନ୍ତ ପ୍ରାୟ ୫୦୦ ପ୍ରଜାତିର ଭୁତାଣୁମାନଙ୍କର ସବିଶେଷ ବର୍ଣ୍ଣନା କରାଯାଇଥିଲେ ମଧ୍ୟ ନିୟୁତ ନିୟୁତ ପ୍ରଜାତିର ଭୁତାଣୁ ଅଛନ୍ତି । ପୃଥିବୀର ପ୍ରତ୍ୟେକ ଇକୋସିସ୍ଟମରେ ସର୍ବାଧିକ ସଂଖ୍ୟାରେ ଏହି ଭୁତାଣୁ ବିଦ୍ୟମାନ ଅଛନ୍ତି । ଭୁତାଣୁ ଅନୁଶୀଳନ‌କୁ ଭାଇରୋଲୋଜି (virology) କୁହାଯାଏ ଯାହା ମାଇକ୍ରୋବାୟୋଲୋଜିର (microbiology) ଏକ ଶାଖା ।