dcsimg
Image of pinwheelflower
Creatures » » Plants » » Dicotyledons » » Dogbane Family »

Pinwheelflower

Tabernaemontana divaricata (L.) R. Br. ex Roem. & Schult.

ଟଗର ( Oriya )

provided by wikipedia emerging languages

ଟଗର ଏକ ଧଳା ଫୁଲ ଅଟେ । ଏହାର ବୈଜ୍ଞାନିକ ନାମ ହେଉଛି tabernaemontana divaricata । ଇଂରାଜୀରେ ଏହାକୁ ପିନହୁଇଲ ଫୁଲ ଓ କ୍ରେପ ଜସ୍ମିନ ବୋଲି କୁହାଯାଏ । ଏହା ପ୍ରମୁଖ ଦକ୍ଷିଣପୂର୍ବ ଏସିଆ ମହାଦେଶରେ ଦେଖଯାଏ ଯେଉଁଠି ଜଳବାୟୁ ଉଷ୍ମ ଥାଏ । ଏହି ଗଛର କାଣ୍ଡରୁ ଧଳା କ୍ଷୀର ଭଳି ତରଳ ପଦାର୍ଥ ବାହାରିଥାଏ,ତେଣୁ ଏହାକୁ ପଶ୍ଚିମବଙ୍ଗରେ କ୍ଷୀର ଫୁଲ ବୋଲି କୁହାଯାଏ ।

ବିବରଣୀ

ସାଧାରଣତଃ ଏହି ଗଛ ୫ରୁ ୬ ଫୁଟ ବଢିଥାଏ । ଏହାର ପତ୍ର ସବୁଜ ଅଟେ ଓ ପ୍ରାୟ ୬ ଇଞ୍ଚ ହୋଇଥାଏ । ଫୁଲରେ ୫ଟି ପାଖୁଡା ଥାଏ । ଏହି ଫୁଲ ବର୍ଷକ ବାର ମାସ ଫୁଟି ଥାଏ ।[୨]

ଔଷୋଧୀୟ ଗୁଣ

  • ଏହାର ଚେର ପିତା ଲାଗେ ଯାହା ଆୟୁର୍ବେଦିକ ଓଷଧ ତିଆରି ହବାରେ ସାହାଜ୍ୟ କରେ ।
  • କାଛୁ କୁଣ୍ଡିଆ ପାଇଁ ବ୍ୟବହୃତ ଓଷଧରେ ଏହାର ଚେର ଉପାଦେୟ ଅଟେ ।
  • ନୂଆ କାଣ୍ଡ ଗୁଡିକ ଦାନ୍ତ ପାଇଁ ବହୁତ ଭଲ ଅଟେ ।[୩]
  • ମଳୟ ପେନିନସୁଲାରେ ଏହାର ପତ୍ର କାଶ ଓଷଧରେ ବ୍ୟବହୃତ ହୁଏ ।
  • ଅମ୍ବନ ଦ୍ୱିପରେ ଏହାର ଚେର ଦେହରେ ଚରି ଯାଇଥିବା ବିଷ ଓ ବୃକକ ଷ୍ଟୋନ ଦୂରୀକରଣ ପାଇଁ ବ୍ୟବହୃତ ହୁଏ ।

ଆଧାର

  1. "The Plant List: A Working List of All Plant Species".
  2. The Royal Horticultural Society Dictionary of Gardening ed. Chittenden,Fred J. 2nd ed. by Synge,Patrick M. Volume IV : Pt-Zy, p.2074 (as T. coronaria). Pub. Oxford at the Clarendon Press 1965. Reprinted 1984. ISBN 0-19-869106-8
  3. Ethnomedicinal Practices for Oral Health and Hygiene of Tribal Populations of Wayanad, Kerala Deepha K.C., Maji Jose, Vishnudas Prabhu International Journal of Research in Ayurveda and Pharmacy, 2(4), 2011 pps.146-150.
license
cc-by-sa-3.0
copyright
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |