dcsimg

କୋଚିଲା ( oriya )

tarjonnut wikipedia emerging languages
Help

କୋଚିଲା ବା କୋଚିଲା କେନ୍ଦୁ ଜାତୀୟ ଅରଣ୍ୟ ତରୁ । ପାହଡ଼ିଆ ସ୍ଥାନରେ ଏହି ବୃକ୍ଷ ପ୍ରଚୁର ପରିମାଣରେ ଜନ୍ମେ । ଏଥିରେ ବସନ୍ତ ଋତୁରେ ଫୁଲ ଫୁଟେ । ଫଳ ପାଚିଲେ ଲେମ୍ବୁ ପରି ହଳଦିଆ ଓ ଗୋଲ ଦିଶେ । ପାଚିଲା ଫଳକୁ ମାଙ୍କଡ଼ ଓ କେତେକ ଚଢ଼େଇ ଖଆନ୍ତି । ଏଥିରେ ଏକାଧିକ ଗୋଲ ଓ ଚେପଟା ମଞ୍ଜି ଥାଏ । ଫଳ ଓ ପତ୍ର ଭାରି ପିତା । ଗାଈ ଏହାର ପତ୍ର ଖାଇଲେ ପିତା ଖିର ଦିଏ । କୋଚିଲା କାଠ ଖୁବ ଟାଣୁଆ ଓ ଚେମଡ଼ା ହୋଇଥିବାରୁ ଏଥିରେ ସହଜରେ ପୋକ ଲାଗେନାହିଁ । ଏଣୁ ଖୁଣ୍ଟ ପାଇଁ ଏହି କାଠ ଉପଯୁକ୍ତ ।[୧]

ଔଷଧୀୟ ଗୁଣ

ଏହା ବିଭିନ୍ନ ଔଷଧ ତିଆରିରେ ଲାଗେ । କୋଚିଲା ଗଛର ପବନ ସ୍ୱାସ୍ଥ୍ୟପକ୍ଷେ ଲାଭକାରୀ । ବୈଦ୍ୟ ଶାସ୍ତ୍ର ମତରେ ଏହାର ଫଳ ବଳ ବର୍ଦ୍ଧକ, ବେଦନା ନାଶକ ଏବଂ ମୂତ୍ରପ୍ରବର୍ତ୍ତକ । ଅପସ୍ମାରଏକାଙ୍ଗ ବାତ ବିରୋଧରେ ଏହା କାମକରେ । କଫପିତ୍ତ ନାଶକାରୀ ଗୁଣ ଏଥିରେ ଅଛି ।[୧]

କୋଚିଲା ଗୁଡ଼

ଏହାର ମଞ୍ଜିରେ ଗୁଡ଼ ମିଶେଇଲ ପ୍ରାଣହାରକ ବିଷ ଉତ୍ପନ ହୁଏ । ଏହି ବିଷକୁ କୋଚିଲା ଗୁଡ଼ କୁହନ୍ତି ।

କୋଚିଲା ଖାଇ

କୋଚିଲା ଫଳ ଖାଉଥିବା ଏକ ନିର୍ଦ୍ଦିଷ୍ଟ ପକ୍ଷୀକୁ କୋଚିଲାଖାଇ କୁହନ୍ତି ।

ଢଗ ଢମାଳିରେ କୋଚିଲା

ଝାଇଁକି ଝୁମ୍ପା, ବେଲ ଖୋଳପା ବେଲ ଗଛମୂଳେ ଦାଣ୍ଡି
କୋଚିଲା ଚାଉଳ କାଣ୍ଡି
କୋଚିଲା ଚାଉଳ ପିତା
ପଧାନ ମୁଣ଼୍ଡରେ ଚିତା
ପଧାନ ଯାଇଚି ଧାନ ବିଲକୁ
ଧରିଆଣିଦବ ଶଙ୍ଖଚିଲକୁ
ଶଙ୍ଖଚିଲକଲା ବସା
ପାଇକାଣୀଙ୍କର ଏଡ଼େ ଭରସା
ସମ୍ବଲପୁରିଆ ଖୋସା

ଉଦ୍ଧୃତି

lisenssi
cc-by-sa-3.0
tekijänoikeus
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |
alkuperäinen
käy lähteessä
kumppanisivusto
wikipedia emerging languages