ମହୁଲର ଅନ୍ୟ ଏକ ନାଁ ହେଉଛି ମହୁଆ । ଉଦ୍ଭିଦ ବିଜ୍ଞାନରେ ମହୁଲକୁ ମଧୁକାଲୋଙ୍ଗିଫୋଲିଆ କୁହାଯାଇଥାଏ l [୧] ଓଡ଼ିଶା, ଝାରଖଣ୍ଡ, ଉତ୍ତର ପ୍ରଦେଶ, ବିହାର, କେରଳ ଓ ଗୁଜରାଟ ରାଜ୍ୟର ଜଙ୍ଗଲରେ ମହୁଲଗଛ ଦେଖିବାକୁ ମିଳିଥାଏ ।[୨] ମହୁଲ ଗଛ ତିନିବର୍ଷର ହେଲେ ଫୁଲ ଫୁଟି ଥାଏ ଓ ଦଶବର୍ଷ ହେଲେ ଡାଳରେ ଫଳ ଦେଖା ଯାଏ l ମହୁଲ ଗଛଟିଏ ପ୍ରାୟ ୧୦୦ରୁ ୧୫୦ ବର୍ଷ ବଞ୍ଚିଥାଏ l ଗୋଟିଏ ବଡଗଛରୁ ୭୦ରୁ୭୫ କି.ଗ୍ରା ଯାଏ ଫଳ ମିଳିଥାଏ l ଫୁଲ ଫୁଟିବା ପୂର୍ବରୁ ପ୍ରତିବର୍ଷ ଫେବ୍ରୁଆରୀ ଠାରୁ ଅପ୍ରେଲ ମଧ୍ୟରେ ପୁରୁଣା ପତ୍ର ସବୁ ଝଡ଼ିଥାଏ ଓ ଅପ୍ରେଲ-ମଇ ମାସରେ ନୂଆ ପତ୍ର ଦେଖା ଯାଇଥାଏ l ମହୁଲ ଫୁଲର ଲମ୍ବ ଦେଢ ସେଣ୍ଟିମିଟର ପର୍ଯ୍ୟନ୍ତ ହେଇଥାଏ l ଜୁନରୁ ଅଗଷ୍ଟ ମଧ୍ୟରେ ଏହାର ଫଳ ପାଚେ l ମଞ୍ଜି ଗୁଡିକ ୨-୩ ସେଣ୍ଟିମିଟର ଲମ୍ବା ଓ ମଞ୍ଜି ଗୁଡ଼ିକ ଦେଖିବାକୁ ଚେପଟା ଓ ଅଣ୍ଡାକାର l
ମହୁଲରୁ ବିଭିନ୍ନ ଉପାୟରେ ମହୁଲି ପ୍ରସ୍ତୁତି କରାଯାଏ l [୩] କେତେକ ଅଞ୍ଚଳରେ ମହୁଲକୁ ରାନ୍ଧିଖିଆ ଯାଏ l ମହୁଲ ଫଳର ମଞ୍ଜିରୁ ତେଲ ବାହାର କରାଯାଇ ବ୍ୟବହାର କରାଯାଇଥାଏ l
ମହୁଲର ଅନ୍ୟ ଏକ ନାଁ ହେଉଛି ମହୁଆ । ଉଦ୍ଭିଦ ବିଜ୍ଞାନରେ ମହୁଲକୁ ମଧୁକାଲୋଙ୍ଗିଫୋଲିଆ କୁହାଯାଇଥାଏ l ଓଡ଼ିଶା, ଝାରଖଣ୍ଡ, ଉତ୍ତର ପ୍ରଦେଶ, ବିହାର, କେରଳ ଓ ଗୁଜରାଟ ରାଜ୍ୟର ଜଙ୍ଗଲରେ ମହୁଲଗଛ ଦେଖିବାକୁ ମିଳିଥାଏ । ମହୁଲ ଗଛ ତିନିବର୍ଷର ହେଲେ ଫୁଲ ଫୁଟି ଥାଏ ଓ ଦଶବର୍ଷ ହେଲେ ଡାଳରେ ଫଳ ଦେଖା ଯାଏ l ମହୁଲ ଗଛଟିଏ ପ୍ରାୟ ୧୦୦ରୁ ୧୫୦ ବର୍ଷ ବଞ୍ଚିଥାଏ l ଗୋଟିଏ ବଡଗଛରୁ ୭୦ରୁ୭୫ କି.ଗ୍ରା ଯାଏ ଫଳ ମିଳିଥାଏ l ଫୁଲ ଫୁଟିବା ପୂର୍ବରୁ ପ୍ରତିବର୍ଷ ଫେବ୍ରୁଆରୀ ଠାରୁ ଅପ୍ରେଲ ମଧ୍ୟରେ ପୁରୁଣା ପତ୍ର ସବୁ ଝଡ଼ିଥାଏ ଓ ଅପ୍ରେଲ-ମଇ ମାସରେ ନୂଆ ପତ୍ର ଦେଖା ଯାଇଥାଏ l ମହୁଲ ଫୁଲର ଲମ୍ବ ଦେଢ ସେଣ୍ଟିମିଟର ପର୍ଯ୍ୟନ୍ତ ହେଇଥାଏ l ଜୁନରୁ ଅଗଷ୍ଟ ମଧ୍ୟରେ ଏହାର ଫଳ ପାଚେ l ମଞ୍ଜି ଗୁଡିକ ୨-୩ ସେଣ୍ଟିମିଟର ଲମ୍ବା ଓ ମଞ୍ଜି ଗୁଡ଼ିକ ଦେଖିବାକୁ ଚେପଟା ଓ ଅଣ୍ଡାକାର l