ଶମୀ ବା ଶର୍ମୀ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଛୋଟ ଓ ବଡ଼ ଭେଦରେ ଏହା ଦୁଇପ୍ରକାରର। ଉଭୟ ଜାତିର ଗୁଣ ସମାନ। ବାବୁଲା ଗଛ ପରି ଏହା କଣ୍ଟାଯୁକ୍ତ ଗଛ। ଏ ଗଛ ଭାରତର ଗଡ଼ଜାତ ଅଞ୍ଚଳରେ ଦେଖାଯାଏ। ଅନ୍ୟତ୍ର ଏହା କ୍ୱଚିତ୍ ଦେଖିବାକୁ ମିଳେ।
ବିବିଧ ଭାରତୀୟ ପ୍ରାଦେଶିକ ନାମ
ଶାସ୍ତ୍ରୋକ୍ତ ଗୁଣ
କଟୁ ମିଶ୍ରିତ କଷାୟ ରସ। ରୁକ୍ଷ, ଲଘୁପାକ, ଶୀତଳ, କଫ, କାଶ, ଶ୍ୱାସ, ଅର୍ଶ, ଅତିସାର, ରକ୍ତପିତ୍ତ ଓ କୁଷ୍ଠ ରୋଗର ନାଶକ। ମାତ୍ରା ଚାରିଅଣାରୁ ଆଠ ଅଣା।
ବ୍ୟବହାର
ଔଷଧୀୟ
ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।
- ଚର୍ମରୋଗରେ ଏହାର ପତ୍ର ରସ ସହିତ ଗୁଗ୍ଗୁଳ ମିଶାଇ ସେବନ କରାଯାଏ।
- ପିତ୍ତଜ କଫ ଓ କାଶରେ ଏହା ପିପ୍ପଳୀଚୂର୍ଣ୍ଣ ସହିତ ପ୍ରୟୋଗ କରାଯାଏ।
- ପ୍ରମେହ ଆଦିରେ ଏହାର ଛେଲିର ରସକୁ ମିଶ୍ରି ସହିତ ସେବନ କଲେ ଲାଭ ମିଳେ।
- ପେଟ ଗୋଳମାଳ ଓ ଝାଡ଼ା ଆଦିରେ ଏହାର ରସକୁ ମହୁସହିତ ସେବନ କରାଯାଏ। ପେଟବ୍ୟଥାରେ ଏହାର ପତ୍ରରସରେ ମହୁ ଓ ଶୁଣ୍ଠୀଚୂର୍ଣ୍ଣ ମିଶାଇ ସେବନ କରାଯାଏ।
- ଧାତୁ ବୃଦ୍ଧି ଓ ଶୁଦ୍ଧି ପାଇଁ ଏହା ଛେଲିକୁ ବାଟି ଗାଈଲହୁଣୀ ଓ ମିଶ୍ରି ସହିତ ସେବନ କରାଯାଏ।
- ଏହାର ଛେଲିକୁ ଜଳରେ ସିଝାଇ କ୍ଷତକୁ ଧୋଇଲେ ତାହା ଶୁଖିଯାଏ।
- ଚର୍ମରୋଗରେ ଏହାର ଛେଲିକୁ ଏହାର ପତ୍ରରସ ସହତି ବାଟି ସେବନ କରାଯାଏ।
- କାଶ, ଶ୍ୱାସ ଓ ପୁରାତନ ଜ୍ୱରରେ ଏହାର ଛେଲି ସିଝା ପାଣିକୁ ମହୁ ସହିତ ସେବନ କରାଯାଏ। ଏହାଦ୍ୱାରା ଦେହରୁ ଆଳସ୍ୟ ନିବାରିତ ହୁଏ।
ଅନ୍ୟାନ୍ୟ
- ଅନାବଶ୍ୟକ କେଶ ଦୂର କରିବାପାଇଁ ଶମୀ ଗଛର କଞ୍ଚା ଫଳକୁ ବାଟି ପ୍ରୟୋଗ କରାଯାଏ।
ଆଧାର