dcsimg

କାଠ ଡିମ୍ବିରି ( Oriya )

provided by wikipedia emerging languages
Help

କାଠ ଡିମ୍ବିରି ବା କାକୋଦୁମ୍ବର (Ficus hispidia Linn. f.), କୁଳ (family): ବଟ (ଅର୍ଟିକସି/ Urticaceae) ଏକ ଗୁଳ୍ମ କିମ୍ବା ଛୋଟ ଗଛ ।

 src=
କାଠ ଡିମ୍ବିରି (Ficus hispidia)

ଉଦ୍ଭିଦ ସ୍ୱରୂପ ବର୍ଣ୍ଣନା

  • ଶାଖା: ରୋମଶ, ଦୁଇ ପବ (Nodes) ମଧ୍ୟ ଭାଗ ଫମ୍ପା ଥାଏ ।
  • ପତ୍ର: ଅଭିମୁଖ, ନଟୁଆକାର (ଆୟତାକାର କିମ୍ବା ଅଭିନଟୁଆକାର), ୪-୯ ଇଞ୍ଚ ଲମ୍ବା,୪ଇଞ୍ଚ ଚଉଡ଼ା, ଉପର ପାର୍ଶ୍ୱରେ ଖଦଡ଼ା ତଳ ଭାଗ ରୋମଶ l
ପତ୍ରାଧାର: ପାଞ୍ଚ ସିରାଯୁକ୍ତ ହୃଦୟାକାର କିମ୍ବା ଗୋଲାକାର ।
  • ଫଳ: ଗୋଲ, ରୋମଶ, କାଣ୍ଡ ଏବଂ ପତ୍ରହୀନ ଶାଖା ଗୁଡିକ ଉପରେ ମଞ୍ଜରୀସମୂହରେ ପେନ୍ଥା ପେନ୍ଥା ହୋଇ ଲାଗିଥାଏ । ଏହା ପାଚିଲା ପରେ ହଳଦିଆ ରଙ୍ଗର ହୋଇଯାଏ । ଏହା ଶୀଘ୍ର ବଢ଼ିପାରୁଥିବା ଏକ ଗଛ । ୨-୩ବର୍ଷ ମଧ୍ୟରେ ଏହା ଫଳିବା ଆରମ୍ଭ ହୋଇଯାଇ ଥାଏ । ଗ୍ରୀଷ୍ମରୁ ଶରତ ଋତୁ ଯାଏଁ ଫୁଲ ଆସିଥାଏ ।

ରାସାୟନିକ ସଂଘଟନ

  • ବୃକ୍ଷଛାଲଟାନିନ (Tannin), ଗ୍ଳୁକୋଷାଇଡ, ମହମ(wax), ସାପୋନିନ(sapponin), ଫ୍ଲାଭୋନୋଇଡ଼(Flavonoids), ଟ୍ରାଇଟେର୍ପୀନୋଇଡ(Triterpenoides) ଆଦି ମହଜୁଦ ଥାଏ ।
  • ଉଡ଼ଣଶୀଳ ତୈଳ: ଲିନାଲୁଲ, ଆଲଫା- ଲିନାଲୁଲ, ଲିନାଲୁଲ-ଅକ୍ସlଇଡ଼୍, ଆଲ୍ଫା-ଟେର୍ପିନିଏଲ
  • ଖଣିଜ ଲବଣ ତତ୍ତ୍ୱ: ପଟାସିଅମ, କ୍ୟାଲସିଅମ, ସୋଡ଼ିଅମ, ଫସଫରସ ,ଲୌହ‍‍(ଆଇରନ), ଦସ୍ତା(ଜିଙ୍କ), ତମ୍ବା(କପର) ଏବଂ ଆହୁରି ଅନେକ

ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ

 src=
ଡିମ୍ବିରି (Ficus hispidia)

ଅନ୍ୟ ଭାଷାରେ ନାମ

ଆଧୁନିକ ଚିକିତ୍ସାବିଜ୍ଞାନ ଗବେଷଣା ଜନିତ ତଥ୍ୟ

ଆଧୁନିକ ଚିକିତ୍ସାବିଜ୍ଞାନ ପ୍ରମାଣିତ ତଥ୍ୟ ଅନୁଯାୟୀ ଡିମ୍ବିରି ପତ୍ରରେ ହୃଦୟ ରୋଗ ପ୍ରତିରୋଧି ତତ୍ତ୍ୱ, ମଧୁମେହ ଆରୋଗ୍ୟକାରୀ ତତ୍ତ୍ୱ, ଆମାଶୟ, କ୍ଷୁଦ୍ରାନ୍ତ, ବୃହଦନ୍ତ୍ର ବ୍ରଣ(ulcer), ବାହ୍ୟ ବ୍ରଣ ଆରୋଗ୍ୟକାରି ତତ୍ତ୍ୱ ରହିଛି ଓ ଏହି ବୃକ୍ଷରୁ ଅନେକ ଉପଯୁକ୍ତ ଚିକିତ୍ସା ଉପଯୁକ୍ତ ରସାୟନ ଆହରଣ କରାଯାଇ ପାରେ ।

ଏହି ବୃକ୍ଷ ଛାଲି ଏବଂ ପତ୍ରରେ ଯକୃତ, ପ୍ଳିହା ବିକୃତି ଜନିତ ରୋଗ ଉପଶମକାରି ତତ୍ତ୍ୱ ରହିଥିବାର ପ୍ରମାଣ ପ୍ରତିପାଦିତ ହୋଇସାରିଛି । ଗବେଷଣାଗାର ପରୀକ୍ଷାରୁ ଜଣା ପଡ଼ିଛି ଯେ ଏଥିରେ ପ୍ରାୟତଃ ସମସ୍ତ ପ୍ରକାର ପେଟ କୃମି ସଂକ୍ରମଣକୁ ମାରିବାର କ୍ଷମତା ରହିଛି । ଏହାର ଫଳ, ପତ୍ର, ତ୍ୱକ,ଚେରରେ ପ୍ରଚୁର ଜାରଣବିରୋଧି (antioxidant) ଜୀବନଉଦ୍ଧିପ୍ତକାରୀ(vitamins) ତତ୍ତ୍ୱ ଭରପୁର ରହିଛି ।

ଜୀବାଣୁ ବିରୋଧୀ ତତ୍ତ୍ୱ

  • ବାସିଲସ୍ ସବଟିଲିସ୍, ଇ.କୋଲାଇ, ଶିଉଡୋମୋନସ୍ ଏଉରିଜିନୋସା, ଷ୍ଟଫଇଲୋକୋକସ୍ ଅଉରିଅସ୍ ଇତ୍ୟାଦି ଜୀବାଣୁ ବିରୋଧରେ ଏହାର ପତ୍ର ରସାୟନ କାର୍ଯ୍ୟ କରିଥାଏ ।

ଆୟୁର୍ବେଦ ଶାସ୍ତ୍ର ମତାନୁସାରେ ଗୁଣ

ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ଏହାର ବହୁଳ ପ୍ରୟୋଗ ବର୍ଣ୍ଣନା କରାଯାଇଛି । ଏହାର ଚେର ଛାଲିକୁ ଶ୍ୱିତ୍ର (leucoderma) ଏବଂ ଅନ୍ୟାନ୍ୟ ଚର୍ମରୋଗରେ ବାହ୍ୟ ପ୍ରୟୋଗ କରାଯାଇଥାଏ । ଏହାର ଫଳ କ୍ୱାଥ ଏବଂ ତ୍ୱକ ଚୂର୍ଣ୍ଣ ଅର୍ଶ, ଅନାହ, କାମଳ(jaundice) ଓ ଅନ୍ୟାନ୍ୟ ଉଦର ରୋଗରେ ପିତ୍ତସାରକ, ରେଚକ ହିସାବରେ ଉପଯୋଗ କରାଯାଇଥାଏ । ରକ୍ତବିକାରରେ ତଥା ଶୋଥ ରୋଗରେ ପକ୍ୱ ଫଳରସ କିମ୍ବା କ୍ୱାଥ ଦିଆଯାଏ । ପ୍ରସୂତୀ ସ୍ତ୍ରୀମାନଙ୍କୁ ସ୍ତନ୍ୟକ୍ଷୀର ବୃଦ୍ଧି ନିମନ୍ତେ ଦିଆଯାଇ ଥାଏ ।

ଆହୁରି ଦେଖନ୍ତୁ

ଆଧାର

license
cc-by-sa-3.0
copyright
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |

କାଠ ଡିମ୍ବିରି: Brief Summary ( Oriya )

provided by wikipedia emerging languages
Help

କାଠ ଡିମ୍ବିରି ବା କାକୋଦୁମ୍ବର (Ficus hispidia Linn. f.), କୁଳ (family): ବଟ (ଅର୍ଟିକସି/ Urticaceae) ଏକ ଗୁଳ୍ମ କିମ୍ବା ଛୋଟ ଗଛ ।

 src= କାଠ ଡିମ୍ବିରି (Ficus hispidia)
license
cc-by-sa-3.0
copyright
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |