ଭେଣ୍ଡି ଏକ ଗୁଳ୍ମ ଜାତୀୟ ସପୁଷ୍କପ ଉଦ୍ଭିଦ। ଏହା ଏକ ଭଲ ପରିବା ଭାବେ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ଶକ୍ତ, ପତ୍ର ଗୁଡ଼ିକ ଟାଉଁସିଆ ଓ ବଡ, ଫୁଲ ହଳଦିଆ ରଙ୍ଗର ଓ ଏହା ମଝିରେ ନାଲି ଚିହ୍ନଥାଏ। ଏହାର ଫଳ ଲମ୍ବା ଓ ସବୁଜ ରଙ୍ଗର। ଏହାର ଉତ୍ପତ୍ତିସ୍ଥଳ ବିବାଦୀୟ। କେହି କେହି ଏହା ଦକ୍ଷିଣ ଏସୀୟ, କେହି ଇଥିଓପୀୟ ଓ କେହି ଏହା ପଶ୍ଚିମ ଆଫ୍ରିକୀୟ ବୋଲି ମତ ପ୍ରଦାନ କରିଥାନ୍ତି। ଏହା ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଭଲ ବଢ଼ିଥାଏ। [୧]
ବିବିଧ ଭାଷାରେ ନାମ
ଗୁଣ
ଖାଦ୍ୟନଳୀର ସୁରକ୍ଷା ଓ ଆରୋଗ୍ୟକାରୀ, ବ୍ୟଥା ପ୍ରଶମକ, ବାୟୁ ନାଶକ ଓ ପେଟବ୍ୟଥା ନିବାରକ, କୋଷ୍ଠ ପରିସ୍କାରକ, ନିମୁନିଆ, ବ୍ରୋଙ୍କାଇଟିସ୍, ମୂତ୍ରସମ୍ବନ୍ଧୀୟ ରୋଗ ଓ ହୃଦୟରୋଗ ନିବାରକ।
ବ୍ୟବହାର
ଔଷଧୀୟ
ଏହାର ସର୍ବାଙ୍ଗ ଔଷଧୀୟ କାମରେ ଲାଗିଥାଏ।
- ନିମୁନିଆ ଓ ବ୍ରୋଙ୍କାଇଟିସରେ ଏହାର ପତ୍ରକୁ ଗରମ ସେକ ଦେବାପାଇଁ ବ୍ୟବହାର କରାଯାଏ। ଏହି ରୋଗପାଇଁ ଭେଣ୍ଡିର ଫୁଲ ଓ ଫଳକୁ ପାଣିରେ ସିଝାଇ ତା’ର କ୍ୱାଥକୁ ପାଣିକୁ ମହୁ ସହିତ ନେଲେ ଉପକାର ମିଳେ।
- ମୂତ୍ରନଳୀ ଓ ଯୋନିର ସଂକ୍ରମଣରେ ଏହାର ଚେର ସିଝା ପାଣି(ଅର୍କ)କୁ ବ୍ୟବହାର କରାଯାଏ।
- ଭେଣ୍ଡିର ମଞ୍ଜି ହୃଦୟ ରୋଗରେ ଉପଯୋଗ କରାଯାଏ। ଏହି ମଞ୍ଜିକୁ ଭାଜି ଗୁଣ୍ଡକରି ସେହି ଗୁଣ୍ଡକୁ ଚା’ ପରି ପାଣିରେ ସିଝାଇ ଦିନକୁ ଚାରି ପାଞ୍ଚ ଗିଲାସ ପିଇଲେ ଉପକାର ମିଳେ।
- କଞ୍ଚାଫଳ ଯକ୍ଷ୍ମାରୋଗର ଚିକିତ୍ସାରେ ମଧ୍ୟ ବ୍ୟବହାର କରାଯାଏ।
ଅନ୍ୟାନ୍ୟ
- ଭେଣ୍ଡି ଏକ ଭଲ ପରିବା। ଏହା ପୁଷ୍ଟିକାରକ ଓ ସ୍ୱାଦିଷ୍ଠ। ପୃଥିବୀର ବିଭିନ୍ନ ଦେଶରେ ଏହାକୁ ପରିବାରୂପେ ବ୍ୟବହାର କରାଯାଏ। ଓଡ଼ିଆ ରାନ୍ଧଣାରେ ଭେଣ୍ଡି ଗୋଟା ଭଜା, ଭେଣ୍ଡି ଭଜା ଓ ଭେଣ୍ଡି ପଥୁରିବସା(ତାଟିଆବସା) ଖୁବ୍ ଲୋକପ୍ରିୟ। ଦକ୍ଷିଣଭାରତୀୟ ବ୍ୟଞ୍ଜନରେ ସମ୍ବରର ଏକ ମୁଖ୍ୟ ଉପାଦାନ ହେଲା ଭେଣ୍ଡି।
ଆଧାର