dcsimg
Image of Abdopus abaculus (Norman & Sweeney 1997)
Creatures » » Animal » » Molluscs » Cephalopods »

Devilfishes

Octopoda Leach 1818

ଅକ୍ଟୋପସ ( Oriya )

provided by wikipedia emerging languages
Help

ଅକ୍ଟୋପସ , ସମୁଦ୍ରରେ ବାସକରୁଥିବା ଏକ ନିଆରା ଜଳଜ ଜୀବ । ଦୁଇଶହରୁ ଅଧିକ ପ୍ରଜାତିର ଅକ୍ଟୋପସ ସାରା ବିଶ୍ୱରେ ଦେଖିବାକୁ ମିଳନ୍ତି । ୨ ଇଞ୍ଚରୁ ୩୨ ଫୁଟ୍ ପର୍ଯ୍ୟନ୍ତ ଆକୃତିର ଅକ୍ଟୋପସ ବିଶ୍ୱରେ ଥିବା ଜଣାଯାଏ । ଏମାନେ ସାଧାରଣତଃ ସମୁଦ୍ରର ତିନିମାଇଲ୍ ବା ୪୮୦୦ମିଟର ଗଭୀରତାରେ ଆତଯାତ ହୋଇଥାନ୍ତି । ବିଶ୍ୱର ସବୁଠୁ ବଡ ଅକ୍ଟୋପସ ପ୍ରଶାନ୍ତ ମହାସାଗରରେ ଦେଖାଯାଆନ୍ତି । ଏମାନଙ୍କ ଆକାର ୧୬ ଫୁଟ ଓ ଓଜନ ୧୧୦ ପାଉଣ୍ଡରୁ ଅଧିକ ହୋଇଥାଏ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଅକ୍ଟୋପସ ମାଂସ ଭୂମଧ୍ୟସାଗରୀୟ ଓ ଏସିଆ ମହଦେଶର କିଛିଅଞ୍ଚଳରେ ସୁସ୍ୱାଦୁ ଖାଦ୍ୟ ରୂପେ ବ୍ୟବହୃତ ହୁଏ ।

ଅକ୍ଟୋପସର ଦୁଇଟି ଆଖି ଏବଂ ଆଠଟି ହାତ । ଏମାନେ ସାଧାରଣତଃ ଧୀର, ସ୍ଥିର ଓ ନିଜ ଜାଗାରେ ନିସ୍ତେଜ ଭାବରେ ପଡ଼ି ରହିଥାନ୍ତି । ଜଳରେ ବିଚରଣ କଲାବେଳେ ସେମାନଙ୍କ ହାତ ଗୁଡିକ ଖାଲି ଯାହା ମେଲିଥାନ୍ତି । ସିଲ, ୱ୍ଏଲସ୍ ବା ସାର୍କ ଆଦି ମାଛଙ୍କ ଆକ୍ରମଣରୁ ରକ୍ଷାପାଇବା ପାଇଁ ଅକ୍ଟୋପସ କାଳି ଭଳି ଏକ ତରଳ ପଦାର୍ଥ ବେଳେ ବେଳେ ପାଣିରେ ଛାଡିଥାଏ । ପ୍ରାଶାନ୍ତ ମହାସାଗରରେ ଦେଖାଯାଉଥିବା ବିରାଟ ଅକ୍ଟୋପସ ଗୁଡିକ ବେଶୀରୁ ବେଶୀ ଏଭଳି ତରଳ ପଦାର୍ଥ ଛାଡି ପାଣିକୁ ଗୋଳିଆ କରିଥାନ୍ତି । ଗୋଳିଆ ପାଣିର ସୁଯୋଗ ନେଇ ଆକ୍ରମଣକାରୀ ଜୀବ ଠାରୁ ଅକ୍ଟୋପସ ସହଜରେ ଖସିଯାଏ । ଏହି ଗୋଳିଆ ପାଣିରେ ଏକ ଛାଇ ସୃଷ୍ଟି ହୁଏ,ଯାହାକି ଅବିକଳ ଅକ୍ଟୋପସର ଭ୍ରମ ସୃଷ୍ଟି କରିଥାଏ ଅନ୍ୟ ଜୀବଙ୍କ ପାଇଁ । ଆକ୍ରମଣକାରୀ ଜୀବ ଏହି ଛାଇକୁ ଅକ୍ଟୋପସ ଭାବି ଆକ୍ରମଣ କରିବା ଭିତରେ ଅସଲ ଅକ୍ଟୋପସ କିନ୍ତୁ ଖସିସାରିଥାଏ ଆକ୍ରମଣକାରୀର ପଞ୍ଝାରୁ ।

ସେହି ପରି ନୀଳ ବଳୟଧାରୀ ଅକ୍ଟୋପସ ଗୁଡିକ ଦକ୍ଷିଣ ଅଷ୍ଟ୍ରେଲିଆ ଉପକୂଳରେ ଦେଖାଯାଆନ୍ତି । ଏମାନଙ୍କ ଆକାର ମାତ୍ର ୪ରୁ୬ ସେଣ୍ଟିମିଟର ହୋଇଥାଏ । ଆକାରାରେ ଛୋଟ ହେଲେ ବି ଏହି ପ୍ରଜାତିର ଅକ୍ଟୋପସ ଅନ୍ୟ ଅକ୍ଟୋପସଙ୍କ ଠାରୁ ବେଶୀ ଭୟଙ୍କର ଓ କ୍ଷତିକାରକ । କାଳି ଭଳି ତରଳ ପଦାର୍ଥ କେବଳ ଏହା ଜଳରେ ଛାଡିନଥାଏ ଏହାର ଲାଳରେ ଏକ ମାରାତ୍ମକ ବିଷ ମଧ୍ୟ ଥାଏ । ଏହି ଅକ୍ଟୋପସ କୈଣସି ଜୀବକୁ ଆଘାତ କରିବା କ୍ଷଣି ସେହି ଆଘାତ ସ୍ଥାନରେ ବିଷ ସଞ୍ଚରି ଯାଏ । ବିଷର ପ୍ରଭାବରେ ଆଘାତ ପାଇଥିବା ଜୀବ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରି ଶେଷରେ ମରିଯାଏ । ନୀଳବଳୟ ଅକ୍ଟୋପସ ତାର ତୀବ୍ର ବିଷର ପ୍ରଭାବରେ ମଣିଷକୁ ମଧ୍ୟ ମୃତ୍ୟୁ ମୁଖକୁ ଠେଲି ଦେଇ ପାରେ । [୪][୫]

ଅକ୍ଟୋପସ ସାଧାରଣତଃ ଗଭୀର ଜଳରେ ବାସ କରେ । କିନ୍ତୁ କିଛି ପ୍ରଜାତିର ଅକ୍ଟୋପସ ଗଭୀର ଜଳରୁ ବାହାରି ଇତସ୍ତତଃ ଘୂରି ବୁଲିଥାଆନ୍ତି । ଶିଶୁ ଅକ୍ଟୋପସ ମାନେ ମଧ୍ୟ ଅନ୍ୟ ଜୀବଙ୍କ ଭଳି ମାଆ ଅକ୍ଟୋପସଦ୍ୱାରା ଯତ୍ନ ସହକାରେ ପାଳିତ ହୁଅନ୍ତି ନାହିଁ । ଜନ୍ମ ହେବା କ୍ଷଣି ମାଆ ଅକ୍ଟୋପସ ଶିଶୁ ଅକ୍ଟୋପସକୁ ବାହାରେ ବିଚରଣ କରିବା ପାଇଁ ଛାଡିଦିଏ । ଶିଶୁ ଅକ୍ଟୋପସ ଅନ୍ୟ କ୍ଷୁଦ୍ର ଜଳଜୀବମାନଙ୍କ ସହ ମେଳି ହୋଇ ବିଚରଣ କରନ୍ତି । କିଛି ମାସ ଏଭଳି ବିଚରଣ କରି ଖାଦ୍ୟ ସଂଗ୍ରହ କରିବା ପରେ ଅକ୍ଟୋପସ ଶାବକ ପରିପକ୍ୱ ହୋଇଥାଏ । [୬][୭]

ଆଧାର

license
cc-by-sa-3.0
copyright
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |